Personality Times

ଅଫିସର ହେବ ତ ଏମିତି…

ସରକାରୀ କଳର ପରିଚାଳନା ହେଉ,ଅବା ଯୋଜନାର କାର୍ଯ୍ୟକାରୀତା କି ପ୍ରାକ୍ର୍ରୁତିକ ବିପର୍ଯ୍ୟୟର ମୁକାବିଲା ସବୁ ବେଳେ ଅଫିସର ଆବଶ୍ୟକ ହୁଅନ୍ତି । ନିକଟରେ ଫୋନି ବାତ୍ୟା ବେଳେ ବି ଏଭଳି ଅନେକ ଅଫିସର ତୃଣମୂଳ ସ୍ତରରେ କାର୍ଯ୍ୟ କରି ସ୍ଥିତିକୁ ସମ୍ଭାଳିଛନ୍ତି । ହେଲେ ଆଜି ଆମେ ଏମିତି ଜଣେ ଅଫିସରଙ୍କ କଥା କହୁଛୁ ଯିଏ ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ଗୋଟିଏ ଧାଡିରେ କହିଲେ ‘ଅଫିସର ହେବ ତ ଏମିତି’ ।
ବଲୱନ୍ତ ସିଂ,ଜିଲ୍ଲାପାଳ ପୁରୀ
୨୦୦୭ ବ୍ୟାଚର ଆଇଏଏସ ହେଉଛନ୍ତି ବଲୱନ୍ତ ସିଂ । ଯେତେବେଳେ ଫୋନି ବାତ୍ୟା ପୁରୀକୁ ଦୋହଲାଇ ଦେଇଥିଲା ଠିକ ସେତେବେଳେ ସ୍ଥିତି ମୁକାବିଲା ପାଇଁ ଏହି ଦକ୍ଷ ଆଇଏଏସ୍ଙ୍କ ଉପରେ ଭରସା କରିଥିଲେ ରାଜ୍ୟ ସରକାର । ନିଜର ପରିଚାଳନାଗତ ଦକ୍ଷତା ପାଇଁ ପାୱାର କରିଡରର ବିଶ୍ୱାସ ଜିତିପାରିଥିବା ବଲୱନ୍ତଙ୍କୁ ବାତ୍ୟାର ଠିକ ଚାରି ଦିନ ପରେ ପୁରୀ ଜିଲ୍ଲାପାଳ ଭାବେ ନିଯୁକ୍ତ କରାଯାଇଥିଲା । ବାତ୍ୟା ପରବର୍ତୀ ମୁକାବିଲା ସରକାରଙ୍କ ପାଇଁ ଯେତିକି ଆହ୍ୱାନପୂର୍ଣ୍ଣ ଥିଲା ତାଠରୁ ବଳିଯାଇଥିଲା ରଥଯାତ୍ରା ଆୟୋଜନର ଚିନ୍ତା । ସ୍ୱରେଜ ବ୍ୟବସ୍ଥା ଭୁଷୁଡି ଯାଇଥିଲା, ବିଦ୍ୟୁତ ସେବା ଠପ୍ ହୋଇଯାଇଥିଲା ଆଉ ଭିତ୍ତିଭୂମିର କଥା ନକହିଲେ ଭଲ । ସେତେବେଳେ ରଥଯାତ୍ରା ପାଇଁ ମାତ୍ର ଦୁଇମାସ ସମୟ ବାକି ଥାଏ । ହେଲେ ହାର ମାନି ନଥିଲେ ବଲୱନ୍ତ । ପ୍ରଶାସନର ଟପ୍ ଅଫିସର ଭାବେ ସମସ୍ତଙ୍କୁ ନେଇ ପ୍ରସ୍ତୁତ କରିଥିଲେ ମାଷ୍ଟର ପ୍ଲାନ । ଆଉ ମାତ୍ର ଦୁଇ ମାସ ଭିତରେ ବିଦ୍ୟୁତ ସେବାକୁ ସ୍ୱଭାବିକ କରାଯିବା ସହ ରାସ୍ତାଘାଟର ମରାମତି ଠାରୁ ପାନୀୟ ଜଳ ଓ ସ୍ୱରେଜ ବ୍ୟବସ୍ଥାକୁ ସଜାଡିବାରେ ସଫଳ ହେଲେ । ନିଜର ମ୍ୟାନେଜମେଂଟ ପଲିସି ପାଇଁ ସବୁ ବେଳେ ଚର୍ଚ୍ଚାରେ ଥିବା ବଲୱନ୍ତ ଏଥର ବି ନିଜ କାର୍ଯ୍ୟଦକ୍ଷତାର ପ୍ରମାଣ ଦେଇଛନ୍ତି । ପ୍ରାକୃତିକ ବିପର୍ଯ୍ୟୟର ମାତ୍ର ଦୁଇମାସ ଭିତରେ ଶ୍ରୀକ୍ଷେତ୍ରକୁ ସଜାଡି ପାରିଛନ୍ତି ଏହି ଦକ୍ଷ ଆଇଏଏସ୍ । ରଥଯାତ୍ରାର ସଫଳ ପରିଚାଳନା ହିଁ ବଲୱନ୍ତ ସିଂଙ୍କ କାର୍ଯ୍ୟକୁ ବଖାଣୁଛି ।
ହାଇଲାଇଟ…
• ପାନୀୟ ଜଳ ବ୍ୟବସ୍ଥା ଓ ସ୍ୱରେଜ ମରାମିତି
• ସମୁଦ୍ରକୂଳରୁ ହଟିଲା ଟନ୍ ଟନ୍ ବାଲି
• କ୍ଷତିଗ୍ରସ୍ତ ରାସ୍ତାଘାଟର ମରାମତି
• ବିଦ୍ୟୁତ ସେବା ଓ ଭିତ୍ତିଭୂମିତ ବିକାଶ
• ପରିମଳ ଓ ସ୍ୱାସ୍ଥ୍ୟ ସେବାକୁ ସଜାଡିଲେ
ପୂର୍ବରୁ ମାଲକାନଗିରି,ସମ୍ବଲପୁର ଓ କେନ୍ଦୁଝର ଭଳି ଜିଲ୍ଲାରେ କାର୍ଯ୍ୟ କରିଛନ୍ତି ବଲୱନ୍ତ । କେନ୍ଦୁଝରରେ ଖଣି ମାଫିଆଙ୍କୁ ଲାଗାମ ହେଉ କି ମାଓ ଇଲାକାରେ ଶିକ୍ଷାର ବିକାଶ ସବୁ ବେଳେ ପାରଦର୍ଶୀତାର ଉଦାହରଣ ରଖିଛନ୍ତି ବଲୱନ୍ତ ସିଂ । ଦୂର୍ନୀତିକୁ ବରଦାସ୍ତ କରୁ ନଥିବା ଏହି ଦକ୍ଷ ଆଇଏଏସ୍ ସେଥିପାଇଁ କେବଳ ସରକାରୀ କଳର ଭରସା ଜିତି ନାହାଁନ୍ତି ବରଂ ଲୋକଙ୍କ ଅଫିସର ଭାବରେ ବି ସୁକ୍ଷାତି ପାଇଛନ୍ତି ।

Comment here