Political Times

ଅଟଳ ଅଚ୍ୟୁତ – ଶିକ୍ଷକତାରୁ ସଂସଦ

ଅଚ୍ୟୁତ ସାମନ୍ତ । ବାସ୍ ଏହି ନାଁ ହିଁ ଯଥେଷ୍ଟ । କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ରାଜନୀତିରେ ନିଜର ଏକ ନୂଆ ଇନିଂସ ଆରମ୍ଭ କରି କିଛି ମାସ ତଳେ ଆଉ ଏକ ଅଭିଯାନରେ ସାମିଲ ହୋଇଛନ୍ତି । ଏଥିପାଇଁ ଆମେ ଅଭିଯାନ କଥା କହଛୁ,କାହିଁକି ନା ସାମାନ୍ତଙ୍କ ସାମ୍ବ୍ରାଜ୍ୟରେ ଆଉ ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି । ପ୍ରଥମ ଥର ପାଇଁ କନ୍ଧମାଳ ସଂସଦୀୟ କ୍ଷେତ୍ରରୁ ନିର୍ବାଚନ ଲଢି ସେ ସୃଷ୍ଟି କରିଛନ୍ତି ଏକ ସ୍ୱତନ୍ତ୍ର ପରିଚୟ । ଆପଣମାନଙ୍କ ଭିତରେ ପ୍ରଶ୍ନ ସୃଷ୍ଟି ହେବା ସ୍ୱଭାବିକ ଯେ ଜଣେ ସାଂସଦଙ୍କୁ ନେଇ କାହିଁକି ଏହି ରିପୋର୍ଟ । ତାହାପୁଣି ଜଣେ ପରଚିତ ଚେହେରା ଯିଏ ହୁଏତ ରାଜନୀତିକୁ କିଛି ମାସ ତଳେ ଆସିଛନ୍ତି । ଦେଖନ୍ତୁ ଅଚ୍ୟୁତଙ୍କ ଜୀବନର କିଛି ଅକୁହା କଥା ।
ଦଶନ୍ଧି ଦଶନ୍ଧି ତଳେ…
ଶିକ୍ଷକତାରୁ ଆରମ୍ଭ ହୋଇଥିଲା ଅଚ୍ୟୁତ ସାମନ୍ତଙ୍କ ଜୀବନୀ । ୧୯୬୫ ମସିହାରେ ଶ୍ରୀ ଅରବିନ୍ଦ ସାମନ୍ତ ଓ ନିଳୀମା ରାଣୀ ସାମନ୍ତଙ୍କ େଓା÷ରସରୁ ଜନ୍ମ ନେଇଥିବା ଅଚ୍ୟୁତ ଉକ୍ରଳ ବିଶ୍ୱବିଦ୍ୟାଳୟରୁ ରାସାୟନିକ ବିଜ୍ଞାନରେ ସ୍ନାତକୋତ୍ତର ଶିକ୍ଷା ଗ୍ରହଣ କରିଥିଲେ । ଏହାପରେ ଭୁବନେଶ୍ୱର ମହର୍ଷି କଲେଜରେ ଅଧ୍ୟାପକ ଭାବେ ବେଶ କିଛି ସମୟ ଅତିବାହିତ କରିଥିଲେ । ହେଲେ ଶିକ୍ଷାକୁ ନେଇ ସ୍ୱପ୍ନ ଓ ସମ୍ଭାବନା ତାଙ୍କୁ ଏକ ସୀମା ଭିତରେ ବାନ୍ଧି ପାରି ନଥିଲା । ଯେତେବେଳେ ଆମ ପିଲା ପାଠ ପଢିବା ପାଇଁ ଜାତୀୟ ଓ ଆନ୍ତର୍ଜତୀୟ ଶିକ୍ଷାନୁଷ୍ଠାନର ସନ୍ଧାନ କରୁଥିଲେ ସେତେବେଳେ ଅଚ୍ୟୁତ ଆରମ୍ଭ କରିଥିଲେ ଓଡିଶାରେ ଶିକ୍ଷାକୁ ନେଇ ଏକ ସତନ୍ତ୍ର ଅଧ୍ୟାୟ । ଆଜି ଯାହାର ନାଁ କିଟ୍ । ଓଡିଶାରେ ଯେ ଘରୋଇ ଉଦ୍ୟମରେ ବୈଷୟିକ ଶିକ୍ଷା ପାଇଁ ଏକ ବିସ୍ତୃତ ବାତାବରଣ ତିଆରି କରାଯାଇ ପାରିବ ତାର ସଫଳ ଉଦାହାଣ ହେଉଛନ୍ତି ଅଚ୍ୟୁତ ସାମନ୍ତ । ଯେତେବେଳେ ଆମେ ବିଦେଶରେ ପାଠ ପଢିବାର ସ୍ୱପ୍ନ ଦେଖୁଛୁ,ସେତେବେଳେ ବିଦେଶରୁ ପିଲା ଆସି କିଟ୍ରେ ପାଠ ପଢୁଛନ୍ତି । ହେଲେ ଏଥିରେ ବି ସନ୍ତୁଷ୍ଟ ହୋଇ ନଥିଲେ ସାମନ୍ତ । କାର୍ହିକି ନାଁ ଯେତେବେଳେ ଭୈାଗୋଳିକ ଓ ଅର୍ଥନୈତିକ ସ୍ଥିତିର କଥା ଆସେ ସେତେବେଳେ ଓଡିଶାର ଏଭଳି ଅନେକ ଇଲାକା ଅଛି ଯେଉଁଠି ଉଚ୍ଚ ଶିକ୍ଷା ପାଇବା ସାତ ସପନ । ହେଲେ ଅଚ୍ୟୁତ ସାମନ୍ତଙ୍କ ଆଉ ଏକ ପ୍ରାୟାସ ଆଣିଲା ଏକ ନୂଆ ପରିବର୍ତନ । ଆରମ୍ଭ ହୋଇଥିଲା କିସ ବା କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନ୍ସର ଏକ ନିଆରା ଉଦ୍ୟମ । ଯେଉର୍ଠି ଆଜି ପ୍ରାୟ ୨୦ହଜାରରୁ ଅଧିକ ପିଲା ମାଗଣାରେ ଶିକ୍ଷାଦାନର ସୁବିଧା ପାଉଛନ୍ତି । ପ୍ରଥମରୁ ଆରମ୍ଭ କରି ପୋଷ୍ଟ ଗ୍ରାଜୁଏସନ ପର୍ଯ୍ୟନ୍ତ ଆଦିବାସୀ ପିଲାଙ୍କ ପାଇଁ ମାଗଣା ରହଣି, ଖାଦ୍ୟପେୟ ଓ ପାଠପଢାର ବ୍ୟବସ୍ଥା କରିଛନ୍ତି ଅଚ୍ୟୁତ । ଦେଶ ବିଦେଶରୁ ଅନେକ ପ୍ରଶଂସା ବି ପାଇଛନ୍ତି । କେବଳ ଏତିକି ନୁହେଁ ଦେଶର ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ନେଇ ଆନ୍ତର୍ଜାତୀୟ ସ୍ତରରେ ଶିକ୍ଷାର ପ୍ରଚାର ଓ ପ୍ରସାର ପାଇଁ ଅନେକ କାର୍ଯ୍ୟକ୍ରମ ବି ହାତକୁ ନେଇଛନ୍ତିି । ବିଶେଷ ଭାବେ ଆଦିବାସୀଙ୍କ ପାଇଁ ବିକାଶର ଅନ୍ୟ ନାଁ ବନି ପାରିଛନ୍ତି ଅଚ୍ୟୁତ ସାମନ୍ତ । କୁହାଯାଏ ସେଥିପାଇଁ ତ ଗତ ବର୍ଷ ରାଜନୀତିରେ ଯୋଗ ଦେଇ ବିଜେଡି ଟିକେଟରେ ରାଜ୍ୟସଭାକୁ ଯିବାର ସୁଯୋଗ ତାଙ୍କୁ ମିଳିଥିଲା । ହେଲେ ଆଦିବାସୀଙ୍କ ଦ୍ୱାରା ଆଦୃତ ଏହି ଚେହେରାଙ୍କୁ ଆଉ ଏକ ନୂଆ ଦାୟିତ୍ୱ ଦେଇ କନ୍ଧମାଳରୁ ଲୋକସଭାକୁ ପଠାଇବା ପାଇଁ ଚିନ୍ତା କରିଥିଲେ ବିଜେଡି ସ୍ରୁପ୍ରିମୋ । ଆଉ ୨୦୧୯ରେ ଆଦିବାସୀଙ୍କ ପାଇଁ ଆପଣା ଚେହେରା ଭାବେ ନିଜକୁ ନିର୍ବାଚନ ମୈଦାନରେ ଜାହିର କରିପାରିଛନ୍ତି ଅଚ୍ୟୁତ ସାମନ୍ତ । ଅନେକ ବାଦ ବିବାଦ ଓ ସମାଲୋଚନା ବି ଆସିଛି । ହେଲେ ସେ ହାର ମାନି ନାହାଁନ୍ତି । ବରଂ ଅତି ଦକ୍ଷତାର ସହ ସବୁ ଆହ୍ୱାନକୁ ସାମ୍ନା କରିଛନ୍ତି । ଆଉ ନିଜର ନମ୍୍ର ଓ ଉଦାର ଆଚରଣ ସାମନ୍ତଙ୍କୁ ସବୁବେଳେ ସ୍ୱତନ୍ତ୍ର କରିପାରିଛି । ସେଥିପାଇଁ ତ ସେ ଅଟଳ ଅଚ୍ୟୁତ…

Comment here